ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୧୦୪୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ବାଲେଶ୍ୱରରୁ ୩ ଜଣ, ଭୁବନେଶ୍ୱରରୁ ୨ ଜଣ, କଟକରୁ ୪ ଜଣ ସାମିଲ ଅଛନ୍ତି । ସେହପରି ଯାଜପୁର, ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ଖୋର୍ଧା, ମୟୁରଭଞ୍ଜ, ନବରଙ୍ଗପୁର, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।