ଆଜି ରାଜ୍ୟରୁ ୩୯୯୧ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରୁ ୩୯୯୧ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୯୯୧  ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନରୁ  ୨୩୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭୬  ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ କୁ ବୃଦ୍ଧି ପାଇଛି ।  ୧,୦୫,୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବର ବେଳେ ୩୩,୧୮୨ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ସର୍ବାଧିକ ୬୮୭। ଅନୁଗୁଳରୁ ୧୧୪, ବାଲେଶ୍ୱର ୭୪, ବରଗଡ଼ ୧୬୯, ଭଦ୍ରକ ୮୨, ବଲାଙ୍ଗୀର ୧୮୦, ବୌଦ୍ଧ ୪୧, କଟକ ୩୯୨, ଦେଓଗଡ଼ ୧୮, ଢେଙ୍କାନାଳ ୧୦୧, ଗଜପତି ୧୮, ଗଞ୍ଜାମ ୯୫,ଜଗତସିଂହପୁର ୧୦୯, ଯାଜପୁର ୧୪୮, ଝାରସୁଗୁଡ଼ା ୪୯, କଳାହାଣ୍ଡି ୭୪, କନ୍ଧମାଳ ୫୭, କେନ୍ଦ୍ରାପଡ଼ା ୧୪୭, କେନ୍ଦୁଝର ୮୧, କୋରାପୁଟ ୧୨୭, ମାଲକାନଗିରି ୧୯, ମୟୁରଭଞ୍ଜ ୧୬୦, ନବରଙ୍ଗପୁର ୧୨୫, ନୟାଗଡ଼ ୪୮, ନୂଆପଡ଼ା ୯୬, ପୁରୀ ୩୩୨, ରାୟଗଡ଼ା ୫୮, ସମ୍ବଲପୁର ୧୦୪, ସୋନପୁର ୭୪, ସୁନ୍ଦରଗଡ଼ ୯୮ ଚିହ୍ନଟ ହୋଇଛନ୍ତି।