ଆଜି ରାଜ୍ୟରେ କରୋନା ନେଲା ୮ ଜୀବନ

ଆଜି ରାଜ୍ୟରେ କରୋନା ନେଲା ୮ ଜୀବନ

ଭୁବନେଶ୍ୱର:  ଆଜି ରାଜ୍ୟରେ  ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେମାନଙ୍କ ମଧ୍ୟରେ ବୌଦ୍ଧର ଜଣେ ୬୫ ବର୍ଷୀୟ ବୃଦ୍ଧ, କଟକର ୫୦ ଓ ୪୫ ବର୍ଷୀୟ ୨ ପୁରୁଷ ଏବଂ ୪୫ ବର୍ଷୀୟ ଜଣେ ମହିଳା ସାମିଲ ଅଛନ୍ତି । ଏହା ସହିତ କନ୍ଧମାଳର ଜଣେ ୫୫ ବର୍ଷୀୟ ପୁରୁଷ,ରାୟଗଡାର ଜଣେ ୫୦ ବର୍ଷୀୟ ପୁରୁଷ, ସମ୍ବଲପୁର ଓ ସୁବର୍ଣପୁରର ୫୧ ଓ ୭୦ ବର୍ଷୀୟ ଦୁଇ ପୁରୁଷଙ୍କ ମୃତ୍ୟୁ ହୋଇଛି ।