କରୋନା ନେଲା ୯ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି

କରୋନା ନେଲା ୯ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯  ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୪୮ ବର୍ଷୀୟ ପୁରୁଷ, ଜଗତସିଂହପୁରର ୩୦ ବର୍ଷୀୟ ମହିଳା, କନ୍ଧମାଳର ୫୪ ବର୍ଷୀୟ ପୁରୁଷ ସାମିଲ ଅଛନ୍ତି । ଏହା ସହିତ କେନ୍ଦୁଝରର ୫୯ ଓ ୩୮ ବର୍ଷୀୟ ପୁରୁଷ, ଖୋର୍ଧାର ୯୦ ବର୍ଷୀୟ ବୃଦ୍ଧ, ମୟୁରଭଞ୍ଜର ୭୪ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ୨୯ ବର୍ଷୀୟ ଯୁବକ ଏବଂ ନୟାଗଡର ୫୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ଏବେ ମୋଟ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।