ଗଣଶିକ୍ଷା ମନ୍ତ୍ରୀ କରୋନା ପଜିଟିଭ

ଗଣଶିକ୍ଷା ମନ୍ତ୍ରୀ କରୋନା ପଜିଟିଭ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜର ଦାଶ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହିତ ତାଙ୍କ ପତ୍ନୀ ସଙ୍ଗୀତ ଦାଶ ମଧ୍ୟ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେମୋର ଏବଂ ମୋ ଧର୍ମ ପତ୍ନୀ କରୋନା ରିପୋର୍ଟ ପଜିଟିଭ ଆସିଛି । ଏବେ ଆମେ ସୁସ୍ଥ ଅଛୁ । ଗତ ସାତ ଦିନ ମଧ୍ୟରେ ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ ।