ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କରେନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଓ ସେ ହୋମ ଆଇସୋଲେସନରେ ଅଛନ୍ତି ବୋଲି କହିଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ଦରକାର ପଡ଼ିଲେ କୋଭିଡ଼ ପରୀକ୍ଷା କରିବା ପାଇଁ ଟୁକୁନି ସାହୁ ଅନୁରୋଧ କରିଛନ୍ତି ।