ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନା ପଜିଟିଭ୍

ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନା ପଜିଟିଭ୍

ଭୁବନେଶ୍ୱର: ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁଚନା ଯେ, କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଘରେ ହୋମ୍ ଆଇସୋଲେସନ୍ ରେ ଥିଲେ କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ଖରାପ ଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସୁଚନା ଥାଉ କି, ୧୦ ଦିନ ତଳେ ତାଙ୍କ ବାପା ହୃଦଘାତରେ ପ୍ରାଣ ହରାଇଥିଲେ ।