ଦେଶ ଦ୍ରୋହ ମାମଲା ରେ ଗିରଫ ହେଲେ ସାଲେପୁରର କୁସମ୍ଭି ଗାଁର ସୟଦ ହସନ ଅହମ୍ମଦ

ଦେଶ ଦ୍ରୋହ ମାମଲା ରେ ଗିରଫ ହେଲେ ସାଲେପୁରର କୁସମ୍ଭି ଗାଁର ସୟଦ ହସନ ଅହମ୍ମଦ

ଦେଶ ଦ୍ରୋହ ମାମଲା ରେ ଗିରଫ ଯୁବକ କୁସମ୍ଭି ଗାଁ ସୟଦ ହସନ ଅହମ୍ମଦ କୁ ୟୁପି ପୋଲିସ ମେଡିକାଲ ଟେଷ୍ଟ ପରେ କଟକ ସି ଜି ଏମ କୋର୍ଟ ରେ ହଜାର କରିବାକୁ ନେଲା । ସେଠାରେ ରିମାଣ୍ଡ ପାଇଁ ଆବେଦନ କରିବ ୟୁପି ପୋଲିସ । ଆପତ୍ତି ଜନକ ପୋଷ୍ଟ ସହ ସେ ଉତ୍ତରପ୍ରଦେଶ ହିନ୍ଦୁ ବାହିନୀ ଅଧ୍ୟକ୍ଷ କୂଲଦୀପ ପାଞ୍ଚାଲଙ୍କୁ ଫୋନରେ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା । ଉତ୍ତରପ୍ରଦେଶରେ ସୟଦଙ୍କ ନାଁରେ, ଆଇପିସିର ୧୨୪ ଏ, ୫୦୭, ୧୫୩ ଏ ଓ ୫୦୪ ଦଫାରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶ ପୋଲିସ ଫୋନ କଲ ଟ୍ରେସିଂ କରି, ସୟଦଙ୍କ ପାଖରେ ପହଞ୍ଚିଥିଲା। ଆଜି ସୟଦଙ୍କୁ କଟକରେ କୋର୍ଟରେ ହାଜର କରାଯିବ।