OJEE ଆବେଦନ ପୁଣିଥରେ ଘୁଞ୍ଚିଲା

OJEE ଆବେଦନ ପୁଣିଥରେ ଘୁଞ୍ଚିଲା

ଭୁବନେଶ୍ୱର: ଓଜେଇଇ ୨୦୨୧ ପାଇଁ ପୁଣି ଥରେ ଫର୍ମ ପୂରଣ ଅବଧି ବଢିଛି । ବିଟେକ୍ ବ୍ୟତିତ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନର ତାରିଖ ଘୋଷଣା କରାଯାଇଛି । ଅନଲାଇନ ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୨୬କୁ ବଢାଇ ଦିଆଯାଇଛି । ଏହା ସହିତ ଦେୟ ପ୍ରଦାନର ଅନ୍ତିମ ତାରିଖକୁ ଜୁଲାଇ ୨୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।