OJEEର ଆବେଦନ ଅବଧି ଜୁଲାଇ ୧୨ଯାଏଁ ବଢିଲା

OJEEର ଆବେଦନ ଅବଧି ଜୁଲାଇ ୧୨ଯାଏଁ ବଢିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଏବେବି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଓଜେଇଇ ଆବେଦନ ଅବଧିକୁ ପୁଣି ବଢାଯାଇଛି । ଓଜେଇଇର ଆବେଦନ ଅବଧି ଜୁଲାଇ ୧୨ଯାଏଁ ବଢିଥିବା ବେଳେ ଫି’ ଦାଖଲ ଅବଧି ଜୁଲାଇ ୧୪କୁ ବୃଦ୍ଧି ପାଇଛି । ସେହିପରି ଜୁନ୍ ୧୭ରୁ ୨୪ ତାରିଖ ଯାଏଁ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ଘୁଞ୍ଚାଯାଇଛି । ଓଜେଇଇ ପରୀକ୍ଷା କେବେ ହେବ, ସେନେଇ ଜୁଲାଇ ପ୍ରଥମ ସପ୍ତାହରେ କରୋନା ପରିସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ତେବେ ଅବଧି ବୃଦ୍ଧି ଓ ପରୀକ୍ଷା ଘୁଞ୍ଚିବା ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।