ପୋଖରୀ ରେ ବୁଡି ଯାଇ ବୃଦ୍ଧ ଙ୍କ ମୃତ୍ୟୁ

ପୋଖରୀ ରେ ବୁଡି ଯାଇ ବୃଦ୍ଧ ଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଖଇରା ଗ୍ରାମ ର ପ୍ରତାପ ଚନ୍ଦ୍ର ମହାରଣା ରାତି ରେ ଘର ନିକଟରେ ଥିବା ଏକ ପୋଖରୀ କୁ ଶୌଚ ପାଇଁ ଯାଇ ଥିବା ବେଳେ. ଗୋଡ଼ ଖସି ଯିବା ରୁ ସେ ପୋଖରୀ ରେ ବୁଡି ଯାଇ ଥିଲେ. ପ୍ରତାପ ଘରକୁ ଫେରିବା ବିଳମ୍ବ ହେତୁ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ପୋଖରୀ ନିକଟରେ ପ୍ରତାପ ଙ୍କ ଚପଲ ଦେଖି ପୋଖରୀ ରେ ବୁଡି ଯାଇ ଥିବା ସନ୍ଦେହ ରେ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ଙ୍କୁ ଜଣାଇ ଥିଲେ. ଅଗ୍ନିଶମ ଅଧିକାରୀ ବହୁ ଖୋଜା ଖୋଜି ପରେ ମୃତ ଅବସ୍ଥା ରେ ବୃଦ୍ଧ ଙ୍କୁ ଉଦ୍ଧାର କରି ଥିଲେ