ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ପଖାଳ ଦିବସ ପାଳିତ।

କୋଣାର୍କ-ବିଶ୍ୱ ପଖାଳ ଦିବସ ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଯାତ୍ରୀନିବାସ ସମେତ ସୂର୍ଯ୍ୟ ମନ୍ଦିର ସମ୍ମୁଖ ଗିତାଞ୍ଜଳୀ ରେଷ୍ଟୁରାଣ୍ଟ ଓ ଚନ୍ଦ୍ରଭାଗାର ସ୍ଥିତ ବିଚି କାଫେରେ ପଖାଳ ଦିବସ ପାଳିତ ହୋଇଯାଇଛି। କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋଣାର୍କ ଏନ୍ ଏ ସି ର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଯୋଗଦେଇ ପଖାଳର ଉପକାରିତା ଓ ମହନୀୟତା ଉପରେ ଆଲୋକପାତ କରିବା ସହିତ ଦୈନଦିନ ଜୀବନରେ ପଖାଳକୁ ଗୁରୁତ୍ଵ ଦେବାକୁ ମତବ୍ୟକ୍ତ କରିଥିଲେ। ଯାତ୍ରୀ ନିବାସକୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ଯ ପଖାଳ ସହିତ ବିଭିନ୍ନ ସ୍ବାଦିଷ୍ଟ ଆମିଷ ଓ ନିରାମିଷ ବ୍ୟଞ୍ଜନ ଖାଈ ଖୁସି ହୋଇଥିଲେ।