ଶନିବାର ଓ ରବିବାର ଜି ଉଦୟଗିରି ସହରର ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ

ଶନିବାର ଓ ରବିବାର ଜି ଉଦୟଗିରି ସହରର ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ

କନ୍ଧମାଳ: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜି ଉଦୟଗିରି ବ୍ୟବସାୟୀ ସଂଘର ପଦକ୍ଷେପ।ଆଜି ଠାରୁ ଦୁଇଦିନ ଧରି ଶନିବାର ଓ ରବିବାର ଜି ଉଦୟଗିରି ସହରର ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ।ଏହା ସହ ଅକ୍ଟୋବର ମାସର ପ୍ରତ୍ୟକ ସାପ୍ତାହିକ ରବିବାର ଦିନ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ। ୫ ତାରିଖ ସୋମବାର ଠାରୁ ଚଳିତ ମାସ ସାରା ପ୍ରତ୍ୟକ ଦିନ ସମସ୍ତ ଦୋକାନ ବଜାର ସକାଳ ୭ ଟା ରୁ ଅପରାହ୍ନ ୪ ଟା ଯାଏଁ ହିଁ ଖୋଲା ରହିବ ବୋଲି ନିଷ୍ପତି ନେଇଛି ଜି ଉଦୟଗିରି ବ୍ୟବସାୟୀ ସଂଘ।ଏବଂ ଆବଶ୍ୟକ ନଥିଲେ କେହି ବଜାରକୁ ଆସନ୍ତୁ ନାହିଁ ବୋଲି ସାଧାରଣ ଜନତାଙ୍କୁ ଅନୁରୋଧ କରିଛି ବ୍ୟବସାୟୀ ସଂଘ।