ଏକ ଲକ୍ଷ କୋଭିସିଲଡ୍ ଟିକା ରାଜ୍ୟକୁ ଆସିବ

ଏକ ଲକ୍ଷ କୋଭିସିଲଡ୍ ଟିକା ରାଜ୍ୟକୁ ଆସିବ

ଭୁବନେଶ୍ୱର,୨୪ା୪:ରାଜ୍ୟରେ ଆଜିଠାରୁ ସାପ୍ତାହିକ ସଟଡାଉନ୍ ଜାରି ରହିଥିବା ବେଳେ ବିମାନବନ୍ଦର ଯୋଗେ ଓଡିଶା ଆସୁଛି ଏକ ଲକ୍ଷ କୋଭିସିଲଡ୍ ଟିକା । ତେବେ ଶନିବାର ଏବଂ ରବିବାର ସଟଡାଉନ୍ ଘୋଷଣା ହୋଇଥିବା ବେଳେ ଟିକାକରଣ ବନ୍ଦ ରହିଛି । ଏହି ସମୟରେ ଟିକାକରଣ କେନ୍ଦ୍ର ଗୁଡିକୁ ସାନିଟାଇଜ୍ କରାଯିବ ଏବଂ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଟିକାକରଣ ଅନବରତ ଭାବେ ଚାଲିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମେ ମାସ ଏକ ତାରିଖ ଠାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିବିଶେଷଙ୍କ ପାଇଁ ଟିକା ଉପଲବ୍ଧ କରାଯିବାକୁ ଥିବା ବେଳେ ୨୮ ଏପ୍ରିଲ ଠାରୁ ପଞ୍ଜିକରଣ ପକ୍ରିୟା ଆରମ୍ଭ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୁଚନା ଦେଇଛନ୍ତି ।