ନିଜ ଘରେ ବାର ଖୋଲି ଆଡ୍ଡା; ବିପୁଳ ମଦ ଜବତ

ନିଜ ଘରେ ବାର ଖୋଲି ଆଡ୍ଡା; ବିପୁଳ ମଦ ଜବତ

ନୀଳଗିରି: ବାଲେଶ୍ଵର ଜିଲା, ନୀଳଗିରି ପୁଲିସ ସର୍କଲ ଅଧୀନ ବରହମପୁର ଥାନା ପୁଲିସ ଏକ ଚୋରା ବାର ଉପରେ ଚଢ଼ାଉ କରି ବିପୁଳ ବିଦେଶୀ ମଦ ଜବତ କରିଛି। ତାଲାବନ୍ଦର ସୁଯୋଗ ରେ ବେପାର ଜମାଇବା ନିଶା ରେ ଧରମପୁର ଗାଁ ର ହିମାଂଶୁ ଶେଖର ବେହେରା ନାମକ ଜଣେ ମଦ ବେପାରୀ ନିଜ ଘରେ ବାର ଖୋଲି ଆଡ୍ଡା ଜମାଇ ଥିଲା। ନୀଳଗିରି ଏସଡିପିଓ ରିତେଶ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବରହମପୁର ଓଆଇସି ରବି ନାରାୟଣ ଭୂୟାଁ, ସିଏସଆଇ ଗୋପୀନାଥ ଭାରତୀ ପ୍ରମୁଖ ସଦଳବଳେ ଉକ୍ତ ବାର ରେ ଚଢ଼ାଉ କରିଥିଲେ। ସେଠାରେ ଆଡ୍ଡା ଜମାଇ ଥିବା ମଦୁଆ ମାନେ ଦୌଡ଼ି ପଳାଇ ଥିବା ବେଳେ ଅଭିଯୁକ୍ତ ବାର ମାଲିକ କୁ ଗିରଫ କରାଯାଇଛି। ତାଙ୍କ ଠାରୁ ବିଭିନ୍ନ ନାମୀ ଦାମୀ କମ୍ପାନୀର ବିଦେଶୀ ମଦ ଜବତ ହୋଇଛି।