କରୋନାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କରୋନାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ନେଇ ଶାନ୍ତିରାଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ଦେହାନ୍ତ ହୋଇଥିବା ବେଳେ ବରିଷ୍ଠ କଳାକାରମାନେ ଶୋକ ପ୍ରକାଶ କରିଛନ୍ତ ।ଗତ କିଛି ଦିନ ହେବ ଶାନ୍ତିରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାର କାରଣରୁ ତାଙ୍କୁ ମେଡିକାଲ ନିଆଯାଉଥିଲା, କିନ୍ତୁ ଅଧାବାଟରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା ।ତେବେ ବହୁ ଆଲବମ ଓ ଓଲିଉଡରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା । ଧନରେ ରଖିବୁ ଶପଥ ମୋର. ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର. ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ଏହା ସହ ଶାନ୍ତିରାଜ ଫେରିଆ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । ତାଙ୍କ ମୃତ୍ୟୁ ଓଲିଉଡ ସଙ୍ଗୀତ ଜଗତ ପାଇଁ ଅପୂରଣୀତ କ୍ଷତି ବୋଲି କୁହାଯାଉଛି ।