ଅନଲାଇନ ଆପଏଟମେଂଟ ବିନା ଲୋକେ ନେଇ ପାରିବେ ଟିକା

ଅନଲାଇନ ଆପଏଟମେଂଟ ବିନା ଲୋକେ ନେଇ ପାରିବେ ଟିକା

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଡୋଜ୍ ପାଇଁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଏବେ ଆଗ ପରି ଅନଲାଇନ୍ ଆପଏଟମେଂଟ ନେବାର ଆବଶ୍ୟକତା ନାହିଁ ଅର୍ଥାତ ସ୍ଲଟ୍ ବୁକିଂ ହେଲେ ଯାଇ ଲୋକଙ୍କୁ ଟିକା ପାଇଁ ଅନୁମତି ମିଳୁଥିଲା ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ, ଏହି ଆୟୁ ବର୍ଗର ଲୋକେ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ କିନ୍ତୁ ଟିକା ଲଗାଇବା ପୂର୍ବରୁ Cowin.gov.inରେ  ପଞ୍ଜୀକରଣ କରିବାକୁ ପଡିବ ଏହି ପ୍ରକ୍ରିୟାରେ ଏବେ ଲୋକେ ସ୍ଲଟ୍ ବୁକିଂ ବିନା ମଧ୍ୟ ସିଧାସଳଖ ଅନଲାଇନ ପଞ୍ଜୀକରଣ ଜରିଆରେ ଟିକା ଲଗାଇ ପାରିବେ ଉଲ୍ଲେଖନୀୟ ଅନେକ ରାଜ୍ୟରେ ଭ୍ୟାକ୍ସିନ ପାଇଁ ସ୍ଲଟ୍ ବୁକିଂ ମିଳୁନଥିବା ଅଭିଯୋଗ ଆସୁଛି ଲୋକଙ୍କୁ ଟିକା ନେବାରେ ହଇରାଣ ହେବାକୁ ପଡୁଛି ଏହି ଖବର ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତି ନେଇଛନ୍ତି ଏହା ବ୍ୟତୀତ ଗ୍ରାମାଂଚଳରେ ଅନଲାଇନ ବୁକିଂ ବିଷୟରେ ସୂଚନା ଅଭାବରୁ ଲୋକଙ୍କୁ ଟିକା ନେବାରେ ମଧ୍ୟ ହଇରାଣ ହେବାକୁ ପଡୁଥିଲା