ରାସ୍ତାରେ ବାଘ ଦେଖି ସେଲଫି ନେବାକୁ କଲେ ଚେଷ୍ଟା ଲୋକେ

ରାସ୍ତାରେ ବାଘ ଦେଖି ସେଲଫି ନେବାକୁ କଲେ ଚେଷ୍ଟା ଲୋକେ

ଚନ୍ଦ୍ରପୁର : ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟିରେ ଦେଖାଯାଉଛି ୨ଟି ବାଘ (ଏକ ବାଘ ଯୋଡା) ହଠାତ ରାସ୍ତା ଉପରକୁ ଆସିଗଲେ। ରାସ୍ତାରେ ବୁଲୁଥିବା ଏହି ୨ଟି ବାଘକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଏହି ୨ମିନିଟ ୨୯ ସେକେଣ୍ଡର ଏହି ଭିଡିଓରେ ପରିଷ୍କାର ଦେଖାଯାଉଛି, କିଛି ବାଇକ ଆରୋହୀ ରାସ୍ତାରେ ରହି ବାଘକୁ ଦେଖିବା ସହ କେହି ସେଲଫି ମଧ୍ୟ ନେଉଛନ୍ତି।ଜଣେ ବାଇକ ଆରୋହୀ ବାଘର ଏକଦମ ସାମ୍ନାସାମ୍ନି ହେବା ସହ ଭିଡିଓ କରିବାକୁ ଲାଗିଥିଲେ। ବାଘ ନିକଟକୁ ଆସିଲେ ମଧ୍ୟ ସେମାନେ ପଛକୁ ହଟିନଥିଲେ। ରାସ୍ତାରେ ଥିବା ଅନ୍ୟ ଲୋକେ ମଧ୍ୟ ବାଘ ନିକଟକୁ ଯିବାକୁ ପଛଘୁଞ୍ଚା ଦେଇନଥିଲେ। କିଛି ସମୟ ପରେ ବାଘ ଜଙ୍ଗଲ ଭିତରକୁ ପଳାଇଯାଇଥିଲେ। ହୁଏତ ବାଘଙ୍କ ପେଟ ଭର୍ତ୍ତି ଥିବାରୁ ସେ କାହାର କୌଣସି କ୍ଷତି କରିଥିଲେ। ମାତ୍ର ଏକ ବଡ ଧରଣର ଅଘଟଣ ଘଟିଥାଆନ୍ତା ବୋଲି ଅଣଦେଖା କରାଯାଇପାରିବ ନାହିଁ। କରୋନା କଟକଣା ପାଇଁ ତାଡୋବା ବାଘ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ସଫାରୀ ବନ୍ଦ ରଖାଯାଇଛି। ତାଲାବନ୍ଦ ପାଇଁ ଲୋକେ ଏହି ରାସ୍ତାରେ ମଧ୍ୟ ଖୁବ କମ ଯାଆନ୍ତି। ଶୁନଶାନ ରାସ୍ତା, ଏହି କାରଣରୁ ହିଁ ବାଘ ରାସ୍ତାକୁ ପଳାଇଆସିଥିଲେ। ଏବେ ଯାଏଁ ବହୁ ସଂଖ୍ୟାରେ ଏହି ଭିଡିକୁ ଲୋକେ ଦେଖି ପସନ୍ଦ କରି ସାରିଲେଣି।