ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ୍‌ରେ ବିସ୍ଫୋରଣ

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ୍‌ରେ ବିସ୍ଫୋରଣ

ରାଜଭବନ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ସ୍ଥିତି ଆୟତ୍ତ କରିବାରେ ଲାଗିଛନ୍ତି । ତେବେ କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡ଼ିନାହିଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ  ଲୋକମାନେ ଘରୁ ବାହାରି ଆସିଥିଲେ। । ଗଭର୍ଣ୍ଣର ହାଉସ ରାସ୍ତାକୁ ପୋଲିସ ସିଲ୍‌ କରିଛି। । ଘଟଣା ସ୍ଥଳରେ ପୋଲିସ କମିଶନର ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି।