ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ

ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ

ଆସନ୍ତା ସେପ୍ଟେମ୍ବର ୫ରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ । ଶନିବାର ଦିନ ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତଥର +୨ କଳାରେ ୨ଲକ୍ଷ ୨୦ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।