ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ଥିଲେ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।

ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ଥିଲେ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।

ରାଇରଙ୍ଗପୁର: ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ବାଦାମ ପାହାଡ ଥାନା ଅନ୍ତର୍ଗତ କାଠଭାରିଆ ଧାକଟା ଗ୍ରାମର ଜଣେ ମହିଳାଙ୍କ ପରିବାର ଲୋକେ ନିକଟସ୍ଥ ସାପ୍ତାହିକ ହାଟକୁ ଯାଇଥିଲେ । ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗରେ ନିକଟସ୍ଥ ଟାଙ୍ଗଭାରିଆ ଗାଁର ତିନିଜଣ ଯୁବକ ମହିଳାଙ୍କୁ କିଛି ଦୂର ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ମହିଳା ଜଣଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ବାଦାମପାହାଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିଲା ।

ଶୁକ୍ରବାର କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ତିନି ଜଣଙ୍କୁ ଟାଙ୍ଗଭାରିଆ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବାଲିଆ ବାସ୍କେ, ସୁନୀଲ ବାସ୍କେ ଓ ପାଲୱାନ ବାସ୍କେ ।