ପୁଣି ପୁଲିସର ବର୍ବରତା ସୀମା ଟପିଲା

ପୁଣି ପୁଲିସର ବର୍ବରତା ସୀମା ଟପିଲା

କୋଣାର୍କ: ପୁରୀ ବାସେଳିଥାନାରେ ଜଣେ ହାଜତରେ ମ୍ରୁତ୍ୟୁ ବରଣ କରିବା ଘଟଣା ମନର ନଲିଭୂଣୁ ପିପିଲି ପୁଲିସ ନାମରେ ଆସିଲା ସଂଗିନ ଅଭିଯୋଗ । ଗିରଫ ଅଭିଯୁକ୍ତକୁ ହାଜତରେ ଅକଥନୀୟ ଅମାନବୀୟ ଅତ୍ୟାଚାର ହୋଇଥିବା ଚର୍ଚାର ବିସୟ ପାଲଟିଛି । ପିପିଲରେ ଜଣେ ବ୍ୟକ୍ତି ଜାହିଦ୍ ହୁସେନ କୁ ପୁଲିସର ଇନଫର୍ମର ସଂଦେହରେ ବ୍ରାଉନସୁଗାର ବେପାରୀ ହାର୍ପିଜ ଖାଁ,ପ୍ରତାପ ବେହେରା ,ମହମ୍ମଦ ତାଫିକ ,ଜଗନ୍ନାଥ ପୁଷ୍ପାଳକ ,ଧାରଣୀଧର ବେହେରା ଓ ରାଜୁ ବେହେରା ମରଣାତ୍କ ଆକ୍ରମଣ କରିଥିଲେ ।ଗୁରୁତର ଅବସ୍ଥାରେ ଜାହିଦ୍ ଚିକିତ୍ସିତ ହେଉଥିବାବେଳେ ସଂପ୍ରୁକ୍ତ ଅଭିଯୁକ୍ତ କୁ ଗିରଫ କରିଥିଲା ପିପିଲି ପୁଲିସ ।୧୮ ଦିନ ସଂପୁକ୍ତ ଅଭିଯୁକ୍ତକୁ ପିପିଲି କୋର୍ଟରେ ହାଜର ପରେ ନିମାପଡା ଜେଲକୁ ପଠାଇଦିଆଯାଇଥିଲା ।ନିମାପଡା ଜେଲର ସେମାନଙ୍କ ସ୍ବସ୍ଥ୍ୟବସ୍ଥା ଭଲନଥିବା ସହ ଚାଲି ପାରୁନଥିବା ଦେଖି କୋଭିଡ୍ ରିପୋର୍ଟ ମାଗିଥିଲେ ।ପୁଲିସ କୋଭିର୍ଡ ରିପୋର୍ଟ ଦେଇ ପାରିନଥିଲା ।ପୁନଃବାର ପିପିଲି ପୁଲିସ ଅଭିଯୁକ୍ତଙ୍କୁ ନେଇ ନିମାପଡା ମେଡିକାଲକୁ ଯାଇଥିଲା ସେଦିନ ବିଳମ୍ବସମୟରେ କୋଭିର୍ଡ ଟେଷ୍ଟ ହୋଇନପାରିବାରୁ ରାତିରେ ନିମାପଡା ଥାନା ରେ ଅଟକ ରଖିଥିଲା ।ତାପର ଦିନ ନିମାପଡା ଡାକ୍ତରଖାନାରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ସମୟରେ ସେମାନଙ୍କୁ ଅକଥନୀୟ ଅତ୍ୟାଚାର ହୋଇଥିବା ସହ ଇଣ୍ଟରନାଲ ଇନଜୁରୀ ଥିଵା ସହ ଦେହରେ କ୍ଷତ ଚିହ୍ନ ଥିବା ଡାକ୍ତର ଜାଣିବାପାଇଁଥିଲେ । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରତର ରହିଥିବାରୁ ସଂଙ୍ଗେ ପୁରୀ ମେଡିକାଲକୁ ରେଫର କରିଥିଲେ ।ହେଲେ ପୁରୀରେ ହାଜତ ମ୍ରୁତ୍ୟୁ ନେଇ ମେଡିକାଲରେ ଉତ୍ତେଜନା ଲାଗିରହିଥିବାରୁ ପିପିଲି ପୁଲିସ ସେମନଙ୍କୁ କଟକ ବଡମେଡିକାଲ କୁ ସ୍ଥାନାନ୍ତରିତ କରିଛି ।ମିଳିଥିବା ସୂଚନା ଅନୁସାରେ ଆହାତ ଅଭିଯୁକ୍ତ ମାନଙ୍କୁ ପିପିଲିନପୁଲିସ ଗିରଫ ପରେ ବାସେଳି ସାହି ଥାନାରେ ରଖିଥିଲା ।ଥାନାରେ ଉକ୍ତ ରାତିରେ କେ.ରମେଶ ମୃତ୍ୟ ବରଣ କରିବା ପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପିପିଲି ଥାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।