ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ

ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ

ଭଦ୍ରକ, ୨୦।୦୫ :  ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ । ଭୟରେ ଓହ୍ଲାଇ ଚାଲିଗଲେ ଅନ୍ୟ ପ୍ରବାସୀ । ଏପରି ଏକ ଘଟଣା ଘଟିଛି ଭଦ୍ରକ ବନ୍ତ ଛକ ନିକଟରେ ।ସୂଚନା ଅନୁସାରେ,  ଏକ ବସ୍ କୋଏମ୍ବାଟୁରରୁ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା  । ଏଥିରେ ଥିବା ଜଣେ ପ୍ରବାସୀ ବସ୍ ଭିତରେ ହିଁ ପ୍ରାଣ ହରାଇଥିବା କୁହାଯାଉଛି। ତାଙ୍କ ମୃତ୍ୟୁ ପରେ ବସରୁ ଓହ୍ଲାଇ ଅନ୍ୟ ପ୍ରବାସୀମାନେ ପଳାଇଛନ୍ତି ।  ବସଟି ବନ୍ତ ଛକ ନିକଟରେ ହିଁ ଅଟକି ରହିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି  ।