ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଯାଇଛି । ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଯାଇଛି । ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସାମ୍ବାଦିକତାରୁ ରାଜନେତା । ରାଜନେତାରୁ ରାଷ୍ଟ୍ରପତି । ପ୍ରଣବଙ୍କ ଜୀବନକୁ  ଏମିତି ଦୁଇଟି ବାକ୍ୟରେ ବ୍ୟାଖ୍ୟା କରାଯାଇପାରେ । ଦେଶର ଧୂରୀଣ ରାଜନେତାଙ୍କ ମଧ୍ୟରୁ ଜଣେ ଥିଲେ ସେ । କିନ୍ତୁ ସେ କେବେ ମଧ୍ୟ ଜଣେ ମାସ୍ ଲିଡର ବା ଜନନେତା ନଥିଲେ । ଏକଥା ତାଙ୍କ ସମର୍ଥକ ବି ସ୍ୱୀକାର କରିବେ । ସେ ଏଭଳି ଜଣେ ବିରଳ ରାଜନେତା ଥିଲେ ଯିଏ ଲୋକଙ୍କ ନେତା ନଥିଲେ କିନ୍ତୁ ଦେଶର ନଜରରେ ସେ ଥିଲେ ବା ଦେଶର ନଜର ତାଙ୍କ ଉପରେ ଥିଲା । ଜନାଧାର ନଥିଲେ ମଧ୍ୟ ସେ ଜନତାର ଦୃଷ୍ଟିରେ ଥିଲେ । ଯାହା ତାଙ୍କୁ ଅଲଗା ରାଜନେତାଙ୍କଠାରୁ ଭିନ୍ନ କରିଥିଲା ।

ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ଵିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଘଟିଥିବା କହିଛନ୍ତି।