ପ୍ରଶାନ୍ତଙ୍କୁ ଟଙ୍କାଏ ଜୋରିମାନା, ନଦେଲେ ୩ ମାସ ଜେଲ

ପ୍ରଶାନ୍ତଙ୍କୁ ଟଙ୍କାଏ ଜୋରିମାନା, ନଦେଲେ ୩ ମାସ ଜେଲ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଜୋରିମାନା କରିଛନ୍ତି । ତେବେ ଜୋରିମାନା ରାଶି ସମ୍ପର୍କରେ ଜାଣିଲେ ଯେକେହି ବି ନହସି ରହିପାରିବେ ନାହିଁ । କାରଣ ମାନ୍ୟବର କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ମାତ୍ର ୧ ଟଙ୍କା ଜୋରିମାନା କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଯେ, ଏହି ୧ ଟଙ୍କା ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

ଜୋରିମାନା ବାବଦ ୧ ଟଙ୍କା ନଦେଲେ ଶ୍ରୀ ଭୂଷଣ ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିପାରିବେ ନାହିଁ । ଖାଲି ସେତିକି ନୁହେଁ ୩ ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବେ ବୋଲି ସୁପ୍ରମିକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି