ଓଡ଼ିଶା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ପ୍ରଶାନ୍ତ ମହାପାତ୍ରଙ୍କ କୋଭିଡରେ ମୃତ୍ୟୁ

ଓଡ଼ିଶା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ପ୍ରଶାନ୍ତ ମହାପାତ୍ରଙ୍କ କୋଭିଡରେ ମୃତ୍ୟୁ

ଭୁବନେଶ୍ୱର ୧୯: ପ୍ରଶାନ୍ତ କିଛିଦିନ ଧରି ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲା ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ପରଲୋକ ଘଟିଛି ତାଙ୍କୁ ମୃତ୍ୟୁ ବେଳକୁ ୪୭ ବର୍ଷ ବୟସ ହୋଇଥିଲା ଗତ ତାରିଖରେ ରଘୁନାଥ ମଧ୍ୟ କୋଭିଡ୍ରେ ପ୍ରାଣ ହରାଇଥିଲେ ଆଜି ପ୍ରଶାନ୍ତଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ପ୍ରଶାନ୍ତ ପୂର୍ବରୁ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଭାବେ କାର୍ଯ୍ୟ କରିବା ସହ ଜଣେ ରଣଜୀ ଖେଳାଳି ତଥା ବିସିସିଆଇର ମ୍ୟାଚ୍ ରେଫରି ଥିଲେ ସେ ଓଡ଼ିଶା ପାଇଁ ଅନେକ ମ୍ୟାଚ ଖେଳି ରାଜ୍ୟ ପାଇଁ ସୁନାମ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କ ପରଲୋକରେ ଗଭୀର ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସବବେଦନା ଜଣାଇଛନ୍ତି ଏଥିସହ ରାଜ୍ୟର ବହୁ ବିଶିଷ୍ଟ, ବ୍ୟକ୍ତି, କ୍ରୀଡ଼ାବିତ, ରାଜନେତା, ପ୍ରଶାସକ ତାଙ୍କର ମୃତ୍ୟୁରେ ଶୋକବ୍ୟକ୍ତ କରିଥିବା ଜଣାପଡ଼ିଛି