ଗର୍ଭବତୀ କରୋନା ସଂକ୍ରମିତ ମା ଠାରୁ ଛୁଆ ସଂକ୍ରମିତ ହୁଏନି, କିନ୍ତୁ ପ୍ରସବ ବେଳେ ଜରୁରୀ ସତର୍କତା

ଗର୍ଭବତୀ କରୋନା ସଂକ୍ରମିତ ମା ଠାରୁ ଛୁଆ ସଂକ୍ରମିତ ହୁଏନି, କିନ୍ତୁ ପ୍ରସବ ବେଳେ ଜରୁରୀ ସତର୍କତା

ଭୁବନେଶ୍ଵର ୦୯୦୬:ଶିଶୁରୋଗ ବିଶେଷଜ୍ଞ ଆଦିତ୍ୟ ମହାପାତ୍ର କରୋନା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଗର୍ଭାବସ୍ଥାରେ ମା ଯଦି କରୋନା ସଂକ୍ରମିତ ହୁଏ ତେବେ ଛୁଆ ସଂକ୍ରମିତ ହୁଏ ନା ନାହିଁ ତାର ଉପରେ ମହତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଡାକ୍ତର ଆଦିତ୍ୟ ମହାପାତ୍ରସେ କହିଛନ୍ତି ଗର୍ଭାବସ୍ଥାରେ ଯଦି କୌଣସି ମା ସଂକ୍ରମିତ  ହୁଏ, ତେବେ ତାଙ୍କଠାରୁ ଛୁଆ ସଂକ୍ରମିତ ହେବ ନାହିଁ। ପିଲା ଜନ୍ମ ବେଳେ ସାବଧାନ ରହିଲେ, ମା ଠାରୁ ଛୁଆ ସଂକ୍ରମିତ ହେବନି। ପ୍ରସବ ବେଳେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ। କଣ ଛୋଟ ଛୋଟ ପିଲାଙ୍କୁ ମାସ୍କ ଦିଆଯିବା ଜରୁରୀ ? ଏହା ପରେ ସେ କହିଛନ୍ତି ବର୍ଷରୁ କମ ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ। ରୁ ବର୍ଷ ପର୍ଯ୍ୟନ୍ତ ଶିଶୁ ଯଦି ମାସ୍କ ପିନ୍ଧି ପାରୁଛି ତେବେ ପିନ୍ଧାଇ ପାରିବେଶିଶୁର ଶ୍ଵାସକ୍ରିୟା ଦେଖି ହସ୍ପିଟାଲରେ ଭର୍ତ୍ତି କରି ପାରିବେ ଅଭିଭାବକ। ମାସରୁ କମ ପିଲା ଯଦି ମିନିଟ୍କୁ ୬୦ରୁ ଅଧିକ ନିଃଶ୍ଵାସ ନେଉଛି ତେବେ ତାହା ବିପଦ। ସେହି ପରି ରୁ ବର୍ଷର ଶିଶୁ ୫୦ରୁ ଅଧିକ, ରୁ ବର୍ଷର ପିଲା ୪୦ରୁ ଅଧିକ ନିଶ୍ଵାସ ନେଲେ ବିପଦ। ଏହି ପରି ବର୍ଷରୁ ଅଧିକ ବୟସର ପିଲା ମିନିଟକୁ ୩୦ରୁ ଅଧିକ ନିଶ୍ଵାସ ନେଉଥିଲେ ବିପଦ ବୋଲି ଡାକ୍ତର ଆଦିତ୍ୟ କହିଛନ୍ତି। ବିଶ୍ଵାସ ନେବା ବେଳେ କୁନ୍ଥେଇଲେ, ନିସ୍ତେଜ ହେଲେ ବିପଦ ଥିବା ଜାଣି ପାରିବେ। ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ସେ କହିଛନ୍ତି