ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ର ସାମ୍ବାଦିକ ସମ୍ମିଳନୀ

ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ସର୍ବ ଦଳୀୟ ବୈଠକ ପରେ ମଧ୍ୟ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ ରୁ କମ ଛାତ୍ରଛାତ୍ରୀ ଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଆଯାଇଥିବା ନିଷ୍ପତିକୁ ତୁରନ୍ତ ମାନିବାକୁ ମହାସଂଘ ଦାବି କରିଛି l ସର୍ବ ଦଳୀୟ ବୈଠକର ନିଷ୍ପତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିସ୍ପତିକୁ ସ୍ଥଗିତ ରଖିବା, ପ୍ରାୟ ୮ହଜାରରୁ ଉର୍ଦ୍ଧ ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ସ୍କୁଲ ମାଲିକଙ୍କ ବିରୁଦ୍ଧରେ FIR ଦିଆଯାଇ ଗିରଫ କରାଯାଉ, ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି-District Level School Consolidation Committee(DLSCC) କୁ ପୁନଃ ଗଠନ କରାଯାଇ ସାଂସଦ, ବିଧାୟକ, ପଂଚାୟତିରାଜରୁ ନିର୍ବାଚିତ ପ୍ରତିନିଧି ଓ ଶିକ୍ଷାବିତ ମାନଙ୍କୁ ନିଆଯାଉ, ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକ ମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କମକରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ । ଏହି ଚାରିଟି ପ୍ରସ୍ତାବ ଗ୍ରହଣ ନକଲେ ଓଡିଶା ଅଭିଭାବକ ମହାସଂଘ ରାଜ୍ୟ ର ଶିକ୍ଷା ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦି ଙ୍କୁ ନେଇ ଏକ ବ୍ୟାପକ ମଂଚ – ଶିକ୍ଷା ବଞ୍ଚାଓ ଅଭିଯାନ ଆରମ୍ଭ କରି ଚଳିତ ସପ୍ତାହରୁ ରାଜ୍ୟ ସାରା ଆନ୍ଦୋଳନ କରିବାକୁ ନିଷ୍ପତି ନେଇଥିବା ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି l