ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କୁ କରୋନା

ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କୁ କରୋନା

ନୁଆଦିଲ୍ଲୀ ୧୯ ।୪ : ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କୁ କରୋନା । କରୋନାରେ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହେଲେ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସୋମବାର ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ସୋମବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ କରୋନା ଟିକାକରଣ ସମ୍ପର୍କରେ ଏକ ଚିଠି ଲେଖିଥିଲେ । କିପରି ଟିକାକରଣକୁ ସୁଚାରୁରୁପେ କରିହେବ ସେ ବିଷୟରେ ପରାମର୍ଶ ଦେଇଥିଲେ ।