କୁମ୍ଭ ମେଳା ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବେଦନ

କୁମ୍ଭ ମେଳା ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବେଦନ

ନୂଆଦିଲ୍ଲୀ: କୁମ୍ଭ ମେଳାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବତା ଭାଙ୍ଗିଛନ୍ତି। କୁମ୍ଭ ମେଳାକୁ ସମାପ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ପୂଜ୍ୟ ସ୍ବାମୀ ଅବଧେଶାନନ୍ଦ ଗିରିଙ୍କୁ ଫୋନ କରି ଅନୁରୋଧ କରିଛନ୍ତି। ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ପ୍ରକୋପ ବଢ଼ୁଥିବାବେଳେ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ପଡୁଛି।ଏ ନେଇ ପ୍ରଧାନମନ୍ତ୍ରୀ ଶନିବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଲେଖିଛନ୍ତି, ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ପୂଜ୍ୟ ସ୍ବାମୀ ଅବଧେଶାନନ୍ଦ ଗିରିଙ୍କ ସହ ଆଜି ଫୋନରେ କଥା ହୋଇଛି। ସମସ୍ତ ସନ୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛି। ସମସ୍ତ ସନ୍ଥଗଣ ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରୁଛନ୍ତି। ଏଥିପାଇଁ ମୁଁ ସନ୍ଥମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛି ବୋଲି ମୋଦୀ ଲେଖିଛନ୍ତି।