ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନରେନ୍ଦ୍ର ମୋଦୀ

ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନରେନ୍ଦ୍ର ମୋଦୀ

ଆଜି ଅପରାହ୍ନରେ ଦିଲ୍ଲୀର ଲୋଧୀ ଘାଟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ସତ୍କାର କରାଯିବ। ପ୍ରାୟ ୧୨ଟା ସମୟରେ ତାଙ୍କର ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆର୍ମିର ହସ୍ପିଟାଲରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରାର୍ଥିବ ଶରୀରକୁ ରାଜାଜୀ ମାର୍ଗ ସ୍ଥିତ ସରକାରୀ ଆବାସକୁ ଅଣାଯାଇଛି। ଏଠାରେ ହିଁ ସଭିଏଁ ତାଙ୍କର ଶେଷ ଦର୍ଶନ କରୁଛନ୍ତି। ମୋଦୀଙ୍କ କ୍ୟାବିନେଟ ବୈଠକରେ ଭିଡ଼ିଓ କନଫରେନ୍ସ ଜରିଆରେ ଏହି ବୈଠକରେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ନିଧନରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ କରାଯିବ। ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭାବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ଉପରାଷ୍ଟ୍ରପତି ଓ ଅନ୍ୟ ବହୁ ବରିଷ୍ଠ ରାଜ ନେତାମାନେ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସମସ୍ତ ଅଂଚଳକୁ ସାନିଟାଇଜ କରାଯାଇଥିଲା।