କରୋନାରେ ଚାଲିଗଲେ ବିଶିଷ୍ଟ ଶିଳ୍ପପତି ସୁନୀଲ ମହାପାତ୍ର

କରୋନାରେ ଚାଲିଗଲେ ବିଶିଷ୍ଟ ଶିଳ୍ପପତି ସୁନୀଲ ମହାପାତ୍ର

ଭୁବନେଶ୍ୱର : ଗତକାଲି ରାତି ୧୦ରେ ରାଉରକେଲାରେ ଜଣେ ଜଣାଶୁଣା ଶିଳ୍ପପତି ତଥା ଦୈନିକ ‘ଈଶ୍ୱର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ର ଙ୍କର ମାତ୍ର ୬୩ ବର୍ଷ ବୟସରେ କରୋନାରେ ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ଖଗେଶ୍ୱର ମହାପାତ୍ରଙ୍କର ସେ ପୁତ୍ର ହୋଇଥିଲା ଓ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁତ୍ର ଓ ବୋହୁ ଜ୍ଞାତି କୁଟୁମ୍ବ ମାନେ ପାଖରେ ଥିଲେ । ସତ୍ୟନଗର ସ୍ଥିତ ମଶାଣିର ‘ବିଏମ୍‌ସି’ ପକ୍ଷରୁ ତାଙ୍କର ଶେଷ କୃତ୍ୟ ସମ୍ପାଦନ ହୋଇଥିଲା । ପୁତ୍ର ସ୍ୱୟଂ ମହାପାତ୍ର ମୁଖାଗ୍ନି ଦେଇ ଶେଷ ବିଦାୟ ଦେଇଥିଲେ । ତାଙ୍କର ଏଇ ଅସମୟ ମୃତ୍ୟୁରେ ଖବରକାଗଜ ଦୁନିଆ ସହିତ ସେ ଜଡିତ ଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ବ୍ୟାଙ୍କ ତଥା ଶୁଭେଛୁ ବନ୍ଧୁ ମାନଙ୍କ ମଧ୍ୟରେ ଦୁଃଖରେ ଲହରୀ ଖେଳିଯାଇଛି।