ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ବ୍ୟବସ୍ଥାକୁ ନେଇ ପୁରୀ ଏସପିଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ବ୍ୟବସ୍ଥାକୁ ନେଇ ପୁରୀ ଏସପିଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ : କରୋନା କଟକଣା ମଧ୍ୟରେ ଚଳିତ ମାସ ଜୁନ ୨୪ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଦେବ ସ୍ନାନ ପୂର୍ଣ୍ଣିମା । ହାତ ଗଣତି ପରି ଆଉ ବାକି ରହିଲା ମାତ୍ର୧୪ ଦିନ । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତି କାନ୍ତି କିରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବୁଧବାର ଜିଲ୍ଲା ପୋଲିସ ରିଜର୍ଭ ପୋଲିସ କାର୍ଯ୍ୟାଲୟରେ ଏସପି ଡକ୍ଟର କନ୍‌ ୱାର ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ଏସପି ଡକ୍ଟର ସିଂ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ନୀତି କାନ୍ତି କିରି ଶାନ୍ତି ଶୃଙ୍ଖଳାର ସହ ହେବ ସେ ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ବୈଠକରେ ସ୍ନାନ ଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ଓ ବାହାରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ଶ୍ରୀମନ୍ଦିର ଭିତର ଓ ବାହାର, ସମେତ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ମନ୍ଦିର ଭିତର, ବାହାର ଓ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ତଦାରଖ ନିମନ୍ତେ ତିନି ଜଣ ଅତିରିକ୍ତ ଏସପି ରହିବେ । ବୈଠକ ପରେ ଜିଲ୍ଲା ଏସପିଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଶ୍ରୀମନ୍ଦିର ନିକଟକୁ ଯାଇ ଚତୁରପାର୍ଶ୍ୱ ବୁଲି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସିଟି ଡିଏସପି, ଜନାରଦନ ପାଢ଼ୀ, ଡିଏସପି ଏଚଆରପିସି ମନବ୍ରତା ଶତପଥୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଡ ହୋମଗାର୍ଡ ଜିତେନ୍ଦ୍ର କୁମାର ଦେହୁରୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଡ ଟେମ୍ପୁଲ କୌଶିକ ନାୟକ, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, କୁମ୍ଭାରପଡ଼ା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ,ଇନ୍ସପେକ୍ଟର ବାସନ୍ତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।