ଶ୍ରୀମନ୍ଦିରରେ ଲାଗିବ ରୂପା ଦ୍ୱାର

ଶ୍ରୀମନ୍ଦିରରେ ଲାଗିବ ରୂପା ଦ୍ୱାର

ଶ୍ରୀମନ୍ଦିରରେ ଲାଗିବ ରୂପା ଦ୍ୱାର । ରୂପାରେ ଝଲସିବ ବଡ ଦେଉଳର ସାତଟି ଦ୍ୱାର । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର, ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ । ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ । ଏବଂ କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ ।

ରାଜସ୍ଥାନର ଜୟପୁର କାରିଗରମାନେ ଏହି ସବୁ ଦ୍ୱାରର ଡିଜାଇନ କରିବେ। ଉକ୍ତ ଡିଜାଇନ ଉପରେ ପ୍ରାରମ୍ଭିକ ପ୍ରାଶାସନିକ ଆଲୋଚନା ପରେ ବିଚାର ବିମର୍ଶ ଚାଲିଛି। ଦ୍ୱାରନିର୍ମାଣର ରୂପରେଖ ଚୂଡ଼ାନ୍ତ ହେବା ବେଳକୁ ସାତ ଆଠ ଦିନ ଲାଗିଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଶ୍ରୀମନ୍ଦିରର ଏହି ସବୁ ଦ୍ୱାରଗୁଡ଼ିକ ନୂତନ ନିର୍ମାଣର ମୁଖ୍ୟ ତତ୍ତ୍ୱାବଧାରକ ରହିଛନ୍ତି ।