ଆଜି ବାୟୁସେନାରେ ରାଫେଲ ସାମିଲ

ଆଜି ବାୟୁସେନାରେ ରାଫେଲ ସାମିଲ

ଆଜି ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ରାଫେଲ  ସାମିଲ ହେବ। ହରିଆଣାର ଆମ୍ବାଲା ଏୟାରବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏନେଇ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାୟୁସେନାକୁ ୫ ରାଫେଲ ହସ୍ତାନ୍ତର କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।ସେଠାରେ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି  ଯୋଗ ଦେବେ। ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଆଣିଛି ଭାରତ |

ରାଫେଲ୍ ବିମାନର  ବିଶେଷତ୍ବ

  • ଏହାର ଘଣ୍ଟା ପ୍ରତି ଗତି ୧୯୨୦ କିଲୋମିଟର ।
  • ଏହା ୩୬ ହଜାର ଫୁଟରୁ ୫୦ ହଜାର ଫୁଟ ପର୍ୟ୍ୟନ୍ତ ଉଚ୍ଚତାରେ ଉଡ଼ିବାରେ ସକ୍ଷମ । କେବଳ ଏତିକି ନୁହେଁ, ଏହା ୧ ମିନିଟରେ ୫୦ ହଜାର ଫୁଟରେ ପହଞ୍ଚିବ ।
  • ରାଫେଲ୍ ଏକ ସମୟରେ ୨, ୦୦୦ ସାମୁଦ୍ରିକ ମାଇଲ୍ ପର୍ୟ୍ୟନ୍ତ ଉଡିପାରେ ।
  • ଏଥିରେ ଥରେ ଇନ୍ଧନ ଭର୍ତ୍ତି ହେଲେ ୩, ୭୦୦ କିମି ପର୍ୟ୍ୟନ୍ତ ଉଡିପାରିବ ।
  • ଏହା ୧,୩୧୨ ଫୁଟର ଅତି କ୍ଷୁଦ୍ର ରନୱେରୁ ଉଡ଼ିବାରେ ସକ୍ଷମ ।
  • ଏହାର ୧୫, ୫୯୦ ଗ୍ୟାଲନ୍ ଇନ୍ଧନ ବହନ କରିବାର କ୍ଷମତା ଅଛି ।
  • ରାଫେଲ ଆକାଶ ମାର୍ଗରେ ମଧ୍ୟ ମାରାତ୍ମକ କ୍ଷେପଣାସ୍ତ୍ର ପରିବହନ ଓ ନିକ୍ଷେପ କରିବାରେ ସକ୍ଷମ ।
  • ରାଫେଲ୍ ଆମେରିକୀୟ ୠ-୧୬ ଠାରୁ ୦.୮୨ ଫୁଟ ଉଚ୍ଚ ଅଟେ ।
  • ଏହାର ଡେଣାର ଲମ୍ବ ୧୦.୯୦ ମିଟର, ଜେଟର ଉଚ୍ଚତା ୫.୩୦ ମିଟର ଏବଂ ଲମ୍ବ ୧୫ .୩୦ ମିଟର ।
  • ରାଫେଲ୍ ଆମେରିକୀୟ ୠ-୧୬ ଠାରୁ ୦.୭୯ ଫୁଟ ଲମ୍ବା ଅଟେ ।