କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ଦିଲ୍ଲୀ: ପୂର୍ବତନ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀ କରୋନା ସମୟରେ ଭାରତରେ ବଢ଼ିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସେ କହିଛନ୍ତି କି ଯେ ଦେଶର ପୁନଃନିର୍ମାଣ ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀନିଜର ଭୁଲ ସ୍ୱୀକାର କରିବେ ଏହା ସହ ସେ ବିଶେଷଜ୍ଞ ସହାୟତା ନେବେ ନହେଲେ ଦେଶର ଅବସ୍ଥା ଆହୁରି ଖରାପରୁ ଖରାପ ହେବା ନିଶ୍ଚିତ ବୋଲି ରାହୁଲ କହିଛନ୍ତି ରାହୁଲ ତାଙ୍କୁ ଟ୍ୱିଟଟରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହା ଭାରତ ସରକାରଙ୍କ ମହାମାରୀ ପରିଚାଳନାର ଫଳାଫଳ ବର୍ତ୍ତମାନ ଆମ ଭବିଷ୍ୟତ ଉପରକୁ ଦୃଷ୍ଟି ଦେବାକୁ ପଡ଼ିବ ଏହା ସେ ଆଉ କହିଛନ୍ତି ଯେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନିଜର ଭୁଲ ନିଜେ ସ୍ୱୀକାର କରିବେ ପରିସ୍ଥିତି ସୁଧାର ପାଇଁ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ିବେ ସେତେବେଳେ ଆମ ଦେଶର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଅସ୍ୱୀକାର ଅବସ୍ଥାରେ ରହିଲେ କିଛି ସମାଧାନ ହେବ ନାହିଁ ବୋଲି ରାହୁଲ ଏହା ଉଲ୍ଲେଖ କରି ସତର୍କ କରାଇଛନ୍ତି