ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ କୋଚ୍ ହେବେ ରାହୁଲ ଦ୍ରାବିଡ୍

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ କୋଚ୍ ହେବେ ରାହୁଲ ଦ୍ରାବିଡ୍

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ହେବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏନେଇ ସ୍ପଷ୍ଟ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳକୁ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ଗାଙ୍ଗୁଲି ଗତ କିଛି ବର୍ଷ ଧରି ଇଣ୍ଡିଆ ଅଣ୍ଡର-୧୯ରେ କୋଚ ଭାବରେ କାର୍ଯ୍ୟ କରି ଆସୁଛନ୍ତି । କାରଣ ସେହି ସମୟରେ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଟିମ୍ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ର ସିରିଜ୍ ପ୍ରସ୍ତୁତିରେ ବ୍ୟସ୍ତ ରହିବାରୁ ଗତ କିଛି ବର୍ଷ ହେବ ରାହୁଲ ଦଳର କୋଚ ରହିବା ସହ ଦଳକୁ ମଜବୁତ କରି କରି ରଖିଛନ୍ତି । ଏହି ଗସ୍ତରେ ଶିଖର ଧାୱନ ଟିମ୍ ଇଣ୍ଡିଆର ଅଧିନାୟକ ଦିଆଯାଇଥିବା ବେଳେ ଦ୍ରୁତବୋଲର ଭୁବନେଶ୍ୱର କୁମାରଙ୍କୁ ଉପ-ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଚଳିତ ମାସ ଶେଷରେ ଶ୍ରୀଲଙ୍କା ଗସ୍ତରେ ଯିବ । ଶ୍ରୀଲଙ୍କାରେ ପହଞ୍ଚିବା ପରେ ଭାରତୀୟ ଦଳକୁ ୩ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଜୁଲାଇ ୧୩ରୁ ଆରମ୍ଭ ୩ ହେବ ଏବଂ ଫାଇନାଲ ମ୍ୟାଚ୍ ଟି ଜୁଲାଇ ୨୫ରେ ଖେଳାଯିବ । ଏହି ସମୟରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ଟି ଓଡିଆଇ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଏହା ବ୍ୟତୀତଚେତନ ସାକାରିଆ,ନୀତିଶ ରାଣା,ରିତୁରାଜ୍ ଗାଇକୱାଡ ଓ କୃଷ୍ଣପା ଗୌତମଙ୍କ ଭଳି ନୂଆ ଯୁବ ଚେହେରା ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛି ।