ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିଶନର

ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିଶନର

ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିଶନର । ୧୯୮୪ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ସେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କ ସହ ନିର୍ବାଚନ ଆୟୋଗରେ ଯୋଗ ଦେଇଛନ୍ତି। ୧୯୬୦ ମସିହା ଫେବୃଆରୀ ୧୯ରେ ଜନ୍ମଗ୍ରହଣ କରିଥିବା ରାଜୀବ କୁମାର ଭାରତ ସରକାରଙ୍କ ଅଧୀନରେ ୩୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସମେତ ବିହାର ଓ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି।

ରାଜୀବ କୁମାର ୨୦୨୦ ଫେବୃଆରୀରେ ଅର୍ଥ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ପରେ ସେ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ଚୟନ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ଭାରତୀୟ ଶାସ୍ତ୍ରୀୟ ତଥା ଭକ୍ତି ସଙ୍ଗୀତ ପ୍ରତି ଆଗ୍ରହ ରଖୁଥିବା ରାଜୀବ ପର୍ସନାଲ ଏବଂ ଟ୍ରେନିଂ ବିଭାଗ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଓ ରାଜ୍ୟ କ୍ୟାଡରରେ ଶିକ୍ଷା ବିଭାଗରେ କାର୍ଯ୍ୟ କରିଛନ୍ତି।