ହରିବଂଶଙ୍କୁ ବିଜେଡିର ସମର୍ଥନ

ହରିବଂଶଙ୍କୁ ବିଜେଡିର ସମର୍ଥନ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ନୀତୀଶ କୁମାର । ପୂର୍ବରୁ ଫୋନରେ ମଧ୍ୟ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଥିଲେ । ତେବେ ଜେଡିୟୁର ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ସୂଚନାଯୋଗ୍ୟ ଯେ ୟୁପିଏ ପକ୍ଷରୁଆରଜେଡିର ମନୋଜ ଝା ଉପାଧକ୍ଷ ପ୍ରାର୍ଥୀ ହୋଇଛନ୍ତି।