ଅପ୍ରେଲ ୦୧ ତାରିଖ, ଗୁରୁବାର – ଆଜିର ଦିନଟି କେମିତି ରହିବ ଜାଣନ୍ତୁ

ଅପ୍ରେଲ ୦୧ ତାରିଖ, ଗୁରୁବାର - ଆଜିର ଦିନଟି କେମିତି ରହିବ ଜାଣନ୍ତୁ

ମେଷ – ଜମିଜମା ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ କିନ୍ତୁ ଯାତ୍ରା ବିବାଦ ହୋଇପାରେ । ଗୃହକୁ ସୌଖୀନ ଜିନିଷ ଆଣିପାରନ୍ତି । ଗୃହିଣୀ ପାଇଁ ଆଜି ଦିନଟି ଉତ୍ତମ ।

ବୃଷ – କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆକସ୍ମିକ ଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହେବ । କ୍ରୀଡାରେ ମନ ଦେବେ । ସମ୍ମାନିତ ହେବେ । ଧାର୍ମିକ ହେବେ । ନୂଆ ଡିଲ୍‌ ମିଳିବ ।

ମିଥୁନ – ଦେହ ଓ ମନ ଭଲ ରହିବ ନାହିଁ । ନିଜ ଲୋକ ପ୍ରତିବନ୍ଧକ ସାଜିପାରନ୍ତି । ସାହିତ୍ୟ କାର୍ଯ୍ୟରେ ପ୍ରଶଂସିତ ହେବେ । କର୍ମଜୀବି କାର୍ଯ୍ୟରେ ତତ୍ପର ରହିବେ । ବ୍ୟବସାୟୀରେ ବିଜୟୀ ହେବେ ।
କର୍କଟ – ପାରିବାରିକ ସ୍ଥିତି ଭଲ ରହିବା ସହ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ଶୁକ୍ରଙ୍କ ସୁପ୍ରଭାବ ବିଳାସବ୍ୟସନ, କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରେ ସୁନାମ ପ୍ରଦାନ କରିବ । ଅର୍ଥ ହାନୀ ହେବ ।
ସିଂହ – କାର୍ଯ୍ୟ କରି ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । ଥଣ୍ଡାଜନିତ ରୋଗ ହୋଇପାରେ ।

କନ୍ୟା – କେତେକ ଭୁଲ୍‌ ନିଷ୍ପତ୍ତି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ବନ୍ଧୁଙ୍କ ସହ-ଯୋଗରେ ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।ବ୍ୟବସାୟୀରେ ବିଜୟୀ ହେବେ ।
ତୁଳା – ସାଧାରଣ କଥାକୁ କେନ୍ଦ୍ର କରି ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଃଶ୍ଚିନ୍ତାର କାରଣ ହୋଇପାରେ । କଚେରି ମାମଲାରେ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ବିଛା – ପରିସ୍ଥିତ ଖରାପ ଦିଗକୁ ଗତି କରୁଥିବାରୁ ମନ ଭଲ ରହି ନ ପାରେ । ଯାନବାହନ, ସଭାସମିତି , ଜମିଜମା, ସମ୍ପର୍କୀୟ ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ । ସତର୍କତାର ଦିନ ।
ଧନୁ – କର୍ମକ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହିବ ନାହିଁ । ଅଟକି ରହିଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟକୁ କୈଫତ୍ତ୍‌ ଦେବାକୁ ପଡିପାରେ । ସୁସ୍ଥ ଅନୁଭବ କରିବେ ମକର – ପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ମାନସିକ ଦୁଶ୍ଚିନ୍ତାରେ ପଡିବେ । ଈର୍ଷାପର ଲୋକଙ୍କ ପାଖରୁ ଶୁଭ କାମନା ଆଶା କରିବା ବୃଥା ହେବ । ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ । ବହୁ ପରିଶ୍ରମ କରିବାକୁ ପଡିବ ।
କୁମ୍ଭ – ବାରମ୍ବାର ବିଫଳ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ପାରିବାରିକ ସ୍ତରରେ ସାଧାରଣ କଥାକୁ କେନ୍ଦ୍ର କରି ମନରେ ବିରକ୍ତିଭାବ ସୃଷ୍ଟି ହେବ । ସାଧାରଣ କଥାକୁ କଳହ ଲାଗିପାରେ ।

ମୀନ – ଆଜି ଦିନରେ ବହୁତ ଚିନ୍ତା ପରେ କୌଣସି ପଦକ୍ଷେପ ନେବା ଠିକ୍‌ ହେବ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ପ୍ରଶାସନ ତଥା ସଭାସମିତିରେ ସଫଳତା ହାସଲ କରିବେ । ଅସାଧ୍ୟ ରୋଗରେ ପୀଡିତ ହେବେ ।