ରାଜ୍ୟରେ କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଥିବା ବେଳେ ସମ୍ବଲପୁରରୁ ୩, ରାୟଗଡା, ନୂଆପଡା, ଜଗତସିଂହପୁର, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ଜଣେ ଲେଖାଏଁ ଅଛନ୍ତି ।