ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି

ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୭ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, କଟକ, ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ, ଜଗତସିଂହପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।