ଓଡିଶାରେ ଗତ ୨୪ ଘଣ୍ଟାରେ ୧୮ ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ୱର: ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮ ଜଣଙ୍କ ଜୀବନ ନେଲା କୋରୋନା । ଓଡ଼ିଶାରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି । ଅନୁଗୁଳରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ସୁନ୍ଦରଗଡ଼, ରାୟଗଡ଼ା, କଳାହାଣ୍ଡିରୁ ୨ ଲେଖାଏଁ ମୃତ । ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ପୁରୀରୁ ଜଣେ ଲେଖାଏଁ ମୃତ ।