ଆଜି ରାଜ୍ୟରେ ଆଉ ୧୧ ଜୀବନ ନେଲା କରୋନା, ଆଜି ସୁଦ୍ଧା ଜୀବନ ହାରିଲେଣି ୬୧୬

ଆଜି ରାଜ୍ୟରେ ଆଉ ୧୧ ଜୀବନ ନେଲା କରୋନା, ଆଜି ସୁଦ୍ଧା ଜୀବନ ହାରିଲେଣି ୬୧୬

ଆଜି ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ କଟକରୁ ୩, ଭୁବନେଶ୍ୱରରୁ ୨, ବଲାଙ୍ଗୀର, ଜୟପୁର, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।