ଆମେରିକାରେ Covaxinକୁ ମିଳିଲାନି ମଞ୍ଜୁରି, ଏବେ ଏପରି ଆବେଦନ କରିବେ ଓକ୍ୟୁଜେନ ଇଙ୍କ୍

ଆମେରିକାରେ Covaxinକୁ ମିଳିଲାନି ମଞ୍ଜୁରି, ଏବେ ଏପରି ଆବେଦନ କରିବେ ଓକ୍ୟୁଜେନ ଇଙ୍କ୍

ୱାସିଂଟନ ୧୧।୬: ଆମେରିକା ଫୁଡ ଏଣ୍ଡ ଡ୍ରଗ ଏଡମିନେଷ୍ଟ୍ରେସନ (ଏଫଡିଏ) ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନର ଜରୁରି ଉପଯୋଗ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଣୁ ଓକ୍ୟୁଜେନ୍ ଇଙ୍କ୍ ଏଥିପାଇଁ ବାୟୋଲଜିକ୍ସ ଲାଇସେନ୍ସ ଆପ୍ଲିକେସନ (ବିଏଲଏ) ମାଧ୍ୟମରେ ଆବେଦନ କରିବ ବୋଲି କହିଛି। ଓକ୍ୟୁଜେନ୍ ଇଙ୍କ୍ ଆମେରିକାରେ ଭାରତ ବାୟୋଟେକ୍ର ଅଂଶୀଦାର ସଂସ୍ଥା। ଏମାର୍ଜେନ୍ସି ମଞ୍ଜୁରି ଆଗ୍ରହ୍ୟ ହେବା ପରେ ଏଫଡିଏ ଏହି ମାଧ୍ୟମରେ ଆବେଦନ କରିବା ଲାଗି ପରାମର୍ଶ ଦେଇଛନ୍ତି।ଏଣୁ ସଂସ୍ଥା ପରାମର୍ଶ ଅନୁସାରେ ଅତିରିକ୍ତ ତଥ୍ୟ ସହିତ ବିଏଲଏଙ୍କ ନିକଟରେ ଟିକାର ମଞ୍ଜୁରି ଲାଗି ନିବେଦନ କରିବେ ବୋଲି କହିଛନ୍ତି। ବିଏଲଏ ଫୁଡ ଏଣ୍ଡ ଡ୍ରଗ୍ସ ଆଡମିନେଷ୍ଟ୍ରେସନଙ୍କ ପୂର୍ଣ୍ଣ ମଞ୍ଜୁରି( ଫୁଲ ଆପୃଭାଲ) ପ୍ରକ୍ରିୟା। ଏଥିରେ ଔଷଧ ଓ ଟିକା ମଞ୍ଜୁର ହୋଇଥାଏ। ଏଣୁ ଆମେରିକାରେ କୋଭାକ୍ସିନକୁ ଆଉ କିଛି ସମୟ ଲାଗି ପାରେ ବୋଲି କୁହାଯାଉଛି। ବିଏଲଏ ଆବେଦନ ଲାଗି ଓକ୍ୟୁଜେନ୍ ଏଫଡିଏଙ୍କ ସହିତ ଅଧିକ ଆଲୋଚନା କରିବେ। ଏଥିରେ ଆବଶ୍ୟକ ହେଉଥିବା ଅତିରିକ୍ତ ସୂଚନା ନେଇ ପରାମର୍ଶ ନିଆଯାଇପାରେ। ତେବେ ହୁଏତ ଏଥିପାଇଁ କମ୍ପାନୀଙ୍କୁ ଆମେରିକାରେ ଟିକାର ଅତିରିକ୍ତ କ୍ଲିନିକାଲ ଟ୍ରାୟଲ କରିବାକୁ ପଡିବାରେ। ଏଥିରୁ ଉପଲବ୍ଧ ତଥ୍ୟ ଆବେଦନରେ ଅତିରିକ୍ତସୂଚନା ଭାବେ ପ୍ରଦାନ କରିବାକୁ ପଡିପାରେ। ଓକ୍ୟୁଜେନଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅଧିକାରୀ ତଥା ସହ ସଂସ୍ଥାପକ ଶଙ୍କର ମୁସୁନୁରୀ କହିଛନ୍ତି ଯେ ଆମେ ଟିକାକୁ ଜରୁରି ଉପଯୋଗ ମଞ୍ଜୁରିର ବହୁତ ନିକଟତର ଥିଲୁ। ତେବେ ଏଫଡିଏ ଏହାର ବିଏଲଏ ମଞ୍ଜୁରି ଲାଗି ପରାମର୍ଶ ଦେଇଛନ୍ତି। ପ୍ରକ୍ରିୟା ଯଦିଓ ସମୟ ସାପେକ୍ଷ ତଥାପି ସକରାତ୍ମକ ଫଳାଫଳଆଶା କରାଯାଇପାରେ ବୋଲି ସେ କହିଛନ୍ତି। ଏହି ଟିକା କୋଭିଡର ଡେଲ୍ଟା ଭେରିଏଣ୍ଟ ସମେତ ଅନ୍ୟ ଷ୍ଟ୍ରେନର ସଫଳ ମୁକାବିଲା କରୁଛି। ଏଣୁ ଏହା ଖୁବ୍ ଶୀଘ୍ର ବିଏଲଏଙ୍କ ମଞ୍ଜୁରି ପ୍ରାପ୍ତ କରିପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।