ରିଲାଏନ୍ସ ରିଟେଲ ଫ୍ୟୁଚର ଗ୍ରୁପର ମୁଖ୍ୟ ବ୍ୟବସାୟ କିଣିଲେ , ୨୪,୭୧୩ କୋଟି ଟଙ୍କାରେ ହେଲା ଡିଲ୍

ରିଲାଏନ୍ସ ରିଟେଲ ଫ୍ୟୁଚର ଗ୍ରୁପର ମୁଖ୍ୟ ବ୍ୟବସାୟ କିଣିଲେ , ୨୪,୭୧୩ କୋଟି ଟଙ୍କାରେ ହେଲା ଡିଲ୍

ମୁମ୍ବାଇ : ରିଲାଏନ୍ସ ରିଟେଲ ଫ୍ୟୁଚର ଗ୍ରୁପର ମୁଖ୍ୟ ବ୍ୟବସାୟକୁ କ୍ରୟ କରିଥିବାର ଶନିବାର ଘୋଷଣା କରିଛନ୍ତି। ଏଥିରେ ରିଲାଏନ୍ସ ରିଟେଲ ଫ୍ୟୁଚର ଗ୍ରୁପର ଖୁଚୁରା, ପାଇକାରୀ ଓ ଲଜିଷ୍ଟିକ୍ ଓ ଷ୍ଟୋରେଜ କାରବାରକୁ ଅଧିଗ୍ରହଣ କରିନେଇଛନ୍ତି।  ରିଲାଏନ୍ସ ରିଟେଲ ୨୪ ହଜାର ୭୧୩ କୋଟି ଟଙ୍କାରେ ଏହି ବ୍ୟବସାୟୀକ ଅଧିଗ୍ରହଣ କରିଛନ୍ତି।

ରିଲାଏନ୍ସ ରିଟେଲର ନିର୍ଦ୍ଦେଶିକା ଇଶା ଅମ୍ବାନୀ ଏହି ଅବସରରେ ଫ୍ୟୁଚର ଗ୍ରୁପର ବ୍ରାଣ୍ଡସ୍‌କୁ ଏକ ନୂଆ ଛାତ ତଳେ ରଖିପାରିଥିବାରୁ ବେଶ୍ ଖୁସି ବୋଲି କହିଛନ୍ତି। ଏହାଦ୍ୱାରା ଫ୍ୟୁଚର ଗ୍ରୁପର ବିଜନେସ୍ ଇକୋ ସିଷ୍ଟମକୁ ଆମେ ସଂରଖିତ କରିପାରିଥିବା ଇଶା କହିଛନ୍ତି। ଏହା ଦ୍ୱାରା ଫ୍ୟୁଚର ଗ୍ରୁପର ପ୍ରଶିଦ୍ଧ ଡିଜାଇନ ଓ ବ୍ରାଣ୍ଡକୁ ନୂଆ ଘର ମିଳିପାରିଥିବା ଇଶା କହିଛନ୍ତି।

ରିଲାଏନ୍ସ ରିଟେଲ ସାରା ଦେଶରେ ଗ୍ରାହକଙ୍କୁ ଲଗାତାର ଉନ୍ନତ ସେବା ପ୍ରଦାନ ଲାଗି ସଂକଳ୍ପ ବଦ୍ଧ ବୋଲି ଇଶା ଅମ୍ବାନୀ କହିଛନ୍ତି। ଏଥିରେ ଫ୍ୟୁଚର ଗ୍ରୁପର ଯୋଗଦାନ ରିଲାଏନ୍ସକୁ ତାର ପ୍ରତିଶ୍ରୁତି ପୂରଣରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି କାରବାର ପରେ ଫ୍ୟୁଚର ଗ୍ରୁପର ଖୁଚୁରା ଓ ପାଇକାରୀ ଉପକ୍ରମଗୁଡିକୁ ରିଲାଏନ୍ସରେ ମିଶ୍ରଣ ଆରମ୍ଭ ହୋଇଯିବ। ତେବେ ଫେସନ, ଲାଇଫଷ୍ଟାଇଲ ଓ ଲଜିଷ୍ଟିକ, ୱେରହାଉସିଂ ଉପକ୍ରମକୁ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ସହ ମିସାଇ ଦିଆଯିବ।