୨୨ତାରିଖ ସନ୍ଧ୍ୟା ୬ଟାରୁ ୬ଟା ୧୫ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ନ କରିବା ପାଇ ରାଜ୍ୟବାସୀଙ୍କୁ ସର୍ବଦଳୀୟ ତରଫରୁ ଅନୁରୋଧ

୨୨ତାରିଖ ସନ୍ଧ୍ୟା ୬ଟାରୁ ୬ଟା ୧୫ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ନ କରିବା ପାଇ ରାଜ୍ୟବାସୀଙ୍କୁ ସର୍ବଦଳୀୟ ତରଫରୁ ଅନୁରୋଧ

ଭୁବନେଶ୍ୱର: ୨୨ତାରିଖ ସନ୍ଧ୍ୟା ୬ଟାରୁ ୬ଟା ୧୫ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ନ କରିବା ପାଇ ରାଜ୍ୟବାସୀଙ୍କୁ ସର୍ବଦଳୀୟ ତରଫରୁ ଅନୁରୋଧ। ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ଥିବା ଜଳ, କୋଇଲା, ଯଥେଷ୍ଟ ପରିମାଣରେ ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି । ତେଣୁ ଆମ ରାଜ୍ୟରେ ସବୁଠାରୁ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ହେବା କଥା । କିନ୍ତୁ ଯାହା ଉତ୍ପାଦନ ହେଉଛି ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷିୟକ କ୍ଷତି ହେଉଛି । ଏହା ଅନ୍ୟାନ୍ୟ କେତେକ ରାଜ୍ୟରେ ବହୁତ କମ୍ କ୍ଷତି । ଏପରିକି ଦିଲ୍ଲୀରେ ଶତକଡା ୮ ପ୍ରତିଶତ କ୍ଷତି ହେଉଛି । ଓଡିଶାରେ ବେଶି କ୍ଷତିର କାରଣ ଆମ ସରକାର ଓ ବୈଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତା । ସଂସ୍କାର ଆଣିବା ପାଇଁ ବିଶ୍ୱବ୍ୟାଙ୍କ ଠାରୁ ସହାୟତା ଆଣି ଓଡିଶାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୦୦ ମସିହାରେ ଏହାକୁ ବନ୍ଦ କରିଦିଆଗଲା । ଅପାରଗତା ପାଇ ୩୫ ପ୍ରତିଶତ କ୍ଷତି ହେଉଛି । ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ଗୁଡିକୁ ଲାଭ ହେବା ପାଇଁ ବିଦ୍ୟୁତ୍ ଦର ବଢାଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି । ଯେଉଁଥିପାଇଁ ୨୦ ପଇସା ବିଦ୍ୟୁତ୍ ଦର ବଢାଇ ଦିଆଯାଇଛି । ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ପାଇଁ ବିରୋଧୀ ରାଜନୈତିକ ଦଳ ମିଶି ଆସନ୍ତା ୨୨ ଅକ୍ଟୋବର ଗୁରୁବାର ଦିନ ସନ୍ଧ୍ୟା ୬ଟାରୁ ୬.୧୫ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଓଡିଶାବାସୀଙ୍କୁ ଅନୁରୋଧ କରାଯାଇଛି। ବିଦ୍ୟୁତ୍ ଦର ବୃଦ୍ଧିର ପ୍ରତିବାଦର ସ୍ୱର ସରକାରଙ୍କ ପାଖରେ ପହଂଚାଇବା ପାଇଁ ଓଡିଶାବାସୀଙ୍କୁ ଅନୁରୋଧ କରିଛି ଦଳ। ଏହି ୧୫ ମିନିଟ୍ କଷ୍ଟ ପାଇ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରାଯାଇଛି।