୧୫ମିନିଟ୍ ପାଇଁ ବିଦ୍ୟୁତ ସୁଇଚ୍ ବନ୍ଦ କରିବାକୁ ନିବେଦନ

୧୫ମିନିଟ୍ ପାଇଁ ବିଦ୍ୟୁତ ସୁଇଚ୍ ବନ୍ଦ କରିବାକୁ ନିବେଦନ

ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଆଜି ୧୫ ମିନିଟ୍ ପାଇଁ ବିଦ୍ୟୁତ ସୁଇଚ୍ ବନ୍ଦ କରିବାକୁ ନିବେଦନ କରିଛନ୍ତି। ବିଦ୍ୟୁତ ଦର ବୃଦ୍ଧି ଏବଂ ଘରୋଇକରଣ କୁ ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି। ଏହାର ବିରୋଧରେ ଆଜି ସଂଧ୍ୟା ୬ଟା ସମୟରେ ୧୫ ମିନିଟ ପାଇଁ ବିଦ୍ୟୁତ ସୁଇଚ୍ ବନ୍ଦ କରିବାକୁ ନିବେଦନ କରିଛି ସଂଘ। ସମସ୍ତ ବିଦ୍ୟୁତ ଉପଭୋକ୍ତା, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବ୍ୟବସାୟୀ, ଦୋକାନ ବଜାର ମଲ଼ ଅନୁଷ୍ଠାନ ଓ ଘରେ ସହଯୋଗ କରି ୧୫ମିନିଟ୍ ପାଇଁ ବନ୍ଦ ରଖିବାକୁ ନିବେଦନ ।