ସିମେଣ୍ଟ କଡେଇରେ ଉଦ୍ଧାର ହେଲା ୬ ମାସର ସନ୍ତାନ

ସିମେଣ୍ଟ କଡେଇରେ ଉଦ୍ଧାର ହେଲା ୬ ମାସର ସନ୍ତାନ

ସିମେଣ୍ଟ କଡେଇରେ ଉଦ୍ଧାର ହେଲା ୬ ମାସର ସନ୍ତାନ : ବଢି ପାଣି ବିପତ୍ତି ବେଳେ ଦେବଦୂତ ସାଜିଛି ଓଡିଶା ଅଗ୍ନିଶମ ବିଭାଗ । ପାଣିର ସୁଅ ଭିତରୁ ଉଦ୍ଧାର କରୁଛନ୍ତି ବନ୍ୟା ବିପନ୍ନଙ୍କୁ । ଉଦ୍ଧାରଙ୍କ ମଧ୍ୟରେ ଅଛି ଜଣେ ୬ ମାସର ଶିଶୁ କନ୍ୟା । ଯାହାକୁ ଏକ ସିମେଣ୍ଟ କଡେଇରେ ଉଦ୍ଧାର କରିଛନ୍ତି ବରି ଫାୟାର ଷ୍ଟେସନର କର୍ମଚାରୀମାନେ । ଯାଜପୁର ଜିଲ୍ଲା ବରି ବ୍ଲକ୍ ଶଙ୍କରକୂଳ ଗ୍ରାମରେ ଆଜି ସକାଳେ ବଢି ପାଣି ବୃଦ୍ଧି ପାଇଥିଲା । ଫଳରେ ପାଣିରେ ଫସି ରହିଥିଲେ ଦୁଇଟି ପରିବାରର ୬ ଜଣ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୬ ମାସର ଶିଶୁ କନ୍ୟା ବି ଥିଲା । ପାଣି ବଢିବାରୁ ସେମାନେ ନିରାପଦ ସ୍ଥାନକୁ ଆସି ପାରି ନ ଥିଲେ । ଏହି ଖବର ପାଇ ବରି ଫାୟାର ଟିମ ଏକ ମୋଟର ବୋଟ ନେଇ ସେମାନଙ୍କ ପାଖରେ ପହଞ୍ଚି ଥିଲା । ଘରେ ଥିବା ଏକ ସିମେଣ୍ଟ କଡେଇରେ କପଡା ଗୁଡାଇ ୬ ମାସର କନ୍ୟାକୁ ତାଙ୍କ ମା ସମେତ ଉଦ୍ଧାର କରିଥିଲା । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହୋଇଛି । ସବୁ ବର୍ଗ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି । ଉଦ୍ଧାର ବେଳେ ଶିଶୁ କନ୍ୟାଟି ଆନନ୍ଦର ସହ କଡେଇ ଭିତରେ ଖେଳୁଥିଲା, ତାଙ୍କ ମା ବି ଖୁବ୍ ନିର୍ଭିକ ଥିଲେ । କାରଣ ସେ ଜାଣିଥିଲେ ସେ ଦେବଦୂତଙ୍କ ବେଶରେ ଆସିଥିବା ଓଡିଶା ଫାୟାର ଟିମ୍ ପାଖରେ ଅଛନ୍ତି ।