ଖରିଫ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଖରିଫ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏଥିରେ ସମସ୍ତ ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହେବ। ଚଳିତବର୍ଷ ଅଢେଇ ଲକ୍ଷ ଚାଷୀ ଅଧିକ ଅନଲାଇନରେ ପଞ୍ଜିକରଣ କରାଇଛନ୍ତି। ୨୦୨୦-୨୧ରେ ଖରିଫ ଏବଂ ରବିରେ ୭୧ଲକ୍ଷ ମେଟ୍ରିକ ଟନ ଧନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷକୁ ଯୋଗାଣ ମନ୍ତ୍ରୀ ଚାହିଲେ ପରିବର୍ତ୍ତନ କରିପାରିବେ। ପି ପାସ ବ୍ୟବସ୍ଥାରେ ଯାହା ତ୍ରୁଟି ପରିଲିଖିତ ହୋଇଥିଲା ସେ ସବୁ ସମାଧାନ କରାଯାଇଛି। ଯେଉଁଠୁ ଚାଷୀଙ୍କ କିଛି ଅସୁବିଧା ହେବ ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି। ସୂଚନା ଦେଲେ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ବିଶ୍ୱଜିତ ଦାସ।